ଜମ୍ମୁକାଶ୍ମୀର ସପୋରରେ ଆତଙ୍କବାଦୀ ଆକ୍ରମଣ, ମ୍ୟୁନିସିପାଲ କାଉନସିଲର୍‌ଙ୍କ ସମେତ ଦୁଇ ମୃତ

ଶ୍ରୀନଗର – ଜାମ୍ମୁକାଶ୍ମୀର ସପୋରରେ ସୋମବାର ଏକ ମ୍ୟୁନିସିପାଲ କାର୍ଯ୍ୟାଳୟ ବାହାରେ ଆତଙ୍କାବାଦୀ ଆକ୍ରମଣ ହୋଇଛି । ଏହି ଘଟଣାରେ ଜଣେ ମ୍ୟୁନିସିପାଲ କାଉନ୍‌ସିଲର ଓ ଜଣେ ପୋଲିସ୍‌କର୍ମୀଙ୍କ ମୃତ୍ୟୁ ହୋଇଛି ।

ଲୋନ୍ କୋଠାରେ ଚାଲିଥିବା କାଉନସିଲର ମାନଙ୍କ ବୈଠକକୁ ଟାର୍ଗେଟ୍ କରି ଆତଙ୍କବାଦୀ ଆକ୍ରମଣ କରିଥିଲେ । ଜାମ୍ମୁକାଶ୍ମୀର ପୋଲିସର ସୂଚନା ଅନୁସାରେ ଏହି ଆତଙ୍କବାଦୀ ଆକ୍ରମଣରେ ପୋଲିସକର୍ମୀ ସଫାକତ ଅହମ୍ମଦ ଏବଂ କାଉନସିଲର ରିୟାଜ ଅହମ୍ମଦଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ କାଉନସିଲର ସାମ୍ସ-ଉଦ୍ଦ-ଦ୍ଦିନ ପୀର୍ ଆହତ ହୋଇଛନ୍ତି । ଆହତ କାଉନସିଲର ମୃତ କାଉନସିଲର ଅହମ୍ମଦଙ୍କ ଶଶ୍ୱର ବୋଲି ପୋଲିସ କହିଛି । ଆହତ ମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉକ୍ତ ଅଞ୍ଚଳକୁ ସିଲ୍ କରାଯାଇ ପୋଲିସ୍ ତଲାସୀ ଅଭିଯାନ ଆରମ୍ଭ କରିଛି ।
ନିକଟରେ ଦକ୍ଷିଣ କାଶ୍ମୀରର ସୋପିଆନ୍‌ରେ ସେନା ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ସଂଘର୍ଷରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲା ବେଳେ ଜଣେ ଯବାନ ସହିଦ ହୋଇଥିଲେ ।

Comments are closed.