ଜାମ୍ମୁକାଶ୍ମୀର: ସୋପିଆନରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରେ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର – ଜାମ୍ମୁକାଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀଙ୍କ ସହ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ତିନି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ୧୪ ବର୍ଷୀୟା ନାବାଳିକା ରହିଛି । ତାକୁ ସୁରକ୍ଷା ବାହିନୀ ଆତ୍ମସର୍ମପଣ କରିବାକୁ ସୁଯୋଗ ଦେଇଥିଲେ, ହେଲେ ସେ ଶୁଣିନଥିଲା ।
ଅନ୍ୟପଟେ ଅନନ୍ତନାଗ ଜିଲ୍ଲାର ବିଜବିହାରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇବା ପରେ ସେଠାରେ ମଧ୍ୟ ସୁରକ୍ଷା ବାହିନୀ ତରଫରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ଏଠାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ରହିଥିବା ସନ୍ଦେହ କରାଯାଉଛି ।

ଦକ୍ଷିଣ କାଶ୍ମୀରର ହାଦିପୁରାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଆଜି ଭୋରରୁ ସେଠାରେ ସେନା ତରଫରୁ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏଥିରେ ୧୪ ବର୍ଷୀୟା ଜଣେ ନାବାଳିକା ସହ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନେ କେଉଁ ଆତଙ୍କୀ ସଂଗଠନର ଥିଲେ, ତାହା ଜଣାପଡି ନାହିଁ ।

Comments are closed.