ଜାମ୍ମୁ କାଶ୍ମୀର ପୁଲୱାମାରେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ, ୭ ନାଗରିକ ଆହତ

ଶ୍ରୀନଗର – ଆଜି ଜାମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ୍ ବସ୍ ଷ୍ଟାଣ୍ଡରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏଥିରେ ସାତ ଜଣ ସାଧାରଣ ନାଗରିକ ସାମାନ୍ୟ ଆହତ ହୋଇଛନ୍ତି। ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ୍ ବସ୍ ଷ୍ଟାଣ୍ଡରେ ସୁରକ୍ଷା କର୍ମୀଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ। ଗ୍ରେନେଡ ଲକ୍ଷ୍ୟଚ୍ୟୁତ ହୋଇ ନିକଟବର୍ତ୍ତୀ ଏକ ବଜାରରେ ପଡ଼ି ବିସ୍ଫୋରଣ ହୋଇଥିଲା। ଫଳରେ ଅତି କମରେ ୭ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳକୁ କର୍ଡନ କରାଯାଇ ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।

ଗୋଟିଏ ଦିନ ପୂର୍ବରୁ ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଲଶ୍କର-ଇ-ତଇବା ସହାୟକଙ୍କୁ ଗିରଫ କରି ତାଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା। ଗିରଫ ସନ୍ଦିଗ୍ଧ ଅକିଫ ଅହମ୍ମଦ ବୋଲି ଜଣା ପଡିଥିଲା।

Comments are closed.