ଜାଲ୍ ଜାତି ପ୍ରମାଣପତ୍ର ଦେଇ ୨୪ ବର୍ଷ କାଳ ଚାକିରୀ କରିଥିବା ବରିଷ୍ଠ କିରାଣୀଙ୍କୁ ବହିଷ୍କାର

ମାଲକାନଗିରି-ଜାଲ୍ ଜାତିଗତ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗରେ ମାଲକାନଗିରି ମଙ୍ଗଳ ବିଭାଗର ବରିଷ୍ଠ କିରାଣୀ ଲକ୍ଷ୍‌ମୀପ୍ରିୟା ବେହେରାଙ୍କୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ । ଲକ୍ଷମୀପ୍ରିୟା ଏସଇବିସି ବର୍ଗର ହୋଇଥିବା ବେଳେ ଆଦିବାସୀ ପ୍ରମାଣ ପତ୍ର ଦେଇ ଦୀର୍ଘ ୨୪ ବର୍ଷ ହେଲା ଚାକିରୀ କରୁଥିଲେ । ଏ ନେଇ ଆରଡିସିଙ୍କ ନିକଟରେ ଅଭିଯୋଗ ହେଲା ପରେ ଆଦିବାସୀ ଉନ୍ନୟନ ବିଭାଗ ଏହାର ତଦନ୍ତ କରିଥିଲା । ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କୁ ବହିଷ୍କାର କରାଯାଇଛି । ଏହା ସହିତ ସେ ଚାକିରୀ କାଳରେ ନେଇଥିବା ସମସ୍ତ ଟଙ୍କା ଫେରସ୍ତ କରିବାକୁ ନୋଟିସ ହୋଇଛି । ବହିଷ୍କାର ନେଇ ଲକ୍ଷମୀପ୍ରିୟାଙ୍କ ସରକାରୀ ବାସଭବନ ଆଗରେ ନୋଟିସ ମରାଯାଇଛି । ଅନ୍ୟପଟେ ତତ୍କାଳୀନ ଜୁନାଗଡ ତହସିଲଦାର କେଉଁ ଆଧାରରେ ଲକ୍ଷମୀପ୍ରିୟାଙ୍କୁ ଆଦିବାସୀ ପ୍ରମାଣ ପତ୍ର ଦେଲେ, ସେ ନେଇ ତାଙ୍କୁ ନୋଟିସ କରିଛି ପ୍ରଶାସନ ।

Comments are closed.