ଟିଆରପି ସ୍କାମ୍‌: ରିପବ୍ଲିକ ଟିଭିର ସିଇଓ ଗିରଫ

ମୁମ୍ବାଇ – ଟେଲିଭିଜନ ରେଟିଂ ପଏଣ୍ଟ୍(ଟିଆରପି) ସ୍କାମ୍ ମାମଲାରେ ମୁମ୍ବାଇ ପୋଲିସ୍ ରବିବାର ରିପବ୍ଳିକ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବିକାଶ ଖାନଚନ୍ଦାନୀଙ୍କୁ ଗିରଫ କରିଛି । ଅକ୍ଟୋବରରେ ଟିଆରପି ଜାଲିଆତି ମାମଲା ସାମ୍ନାକୁ ଆସିବା ପରେ ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ କାଉନ୍ସିଲ(ବାର୍କ) ଏନେଇ ହଂସା ରସର୍ଚ ଗ୍ରୁପ୍ ଜରିଆରେ ଅଭିଯୋଗ ରୁଜୁ କରିଥିଲା । ରିପବ୍ଲିକ ଟିଭି ସମେତ କିଛି ଟିଭି ଚ୍ୟାନେଲ ନିଜ ଟିଆରପି ବଢାଇବାକୁ ଜାଲିଆତି କରିଥିବା ବାର୍କ ଅଭିଯୋଗରେ ଦର୍ଶାଇଥିଲା । ବିଭିନ୍ନ ଚ୍ୟାନେଲର ଦର୍ଶକ ସଂଖ୍ୟା ଆକଳନ କରିବା ପାଇଁ ହଂସା ରିସର୍ଚ ଗ୍ରୁପକୁ ବାର୍କ ଦ୍ୱାରା ନିୟୋଜିତ କରାଯାଇଥିଲା । ବିଜ୍ଞାପନ କମ୍ପାନୀକୁ ଆକର୍ଷିତ କରିବା ପାଇଁ ଟିଆରପି ଟିଭି ଚ୍ୟାନେଲମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ୍ ଅନୁସାରେ ରିପବ୍ଲିକ ଟିଭି ଦେଖିବା ପାଇଁ ଏହି ଚ୍ୟାନେଲ ତରଫରୁ କିଛି ଘରକୁ ପଇସା ଦିଆଯାଉଥିଲା ।

Comments are closed.