ଟିକାକରଣ ପ୍ରସ୍ତୁତି ନେଇ ଗୃହ ସଚିବଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ – କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଆଜି ସବୁ ରାଜ୍ୟ ଅଧିକାରୀଙ୍କ ସହ କୋଭିଡ୍‌-୧୯ ପାଇଁ ଟିକାକରଣ ପ୍ରସ୍ତୁତିର ସମୀକ୍ଷା ବୈଠକ କରିଛନ୍ତି । ଟିକା ଉପଲବ୍ଧ ହେବା ମାତ୍ରକେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ପୋଲିସ୍‌, ହୋମଗାର୍ଡ, ଅଗି୍ନଶମ କର୍ମଚାରୀଙ୍କ ଭଳି କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯିବା ।

ଏମାନଙ୍କ ଏକ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । ଏହି ବୈଠକରେ ସବୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଓ ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିଲେ । ନିକଟରେ ଫାଇଜର, ସିରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ନିଜ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଥିଲେ । ତା’ ପୂର୍ବରୁ ନଭେମ୍ବର ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦ, ପୁନେ ଓ ହାଇଦ୍ରାବାଦ ଗସ୍ତ କରି ଟ୍ରାଏଲର ଚୂଡାନ୍ତ ପର୍ଯ୍ୟାୟରେ ଥିବା ବିଭିନ୍ନ ଟିକାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଟିକା ଉପଲବ୍ଧ ହେଲେ ଏହାର ବିତରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ ରଖାଯାଇଛି । ଏଥିମଧ୍ୟରୁ ପ୍ରାୟ ଏକ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଟିକା ଲଗାଯିବ ।

Comments are closed.