ଟିକା ଅଭାବ ଯୋଗୁଁ ସୋନପୁର ଓ କୋରାପୁଟରେ ଟିକାକରଣ ବନ୍ଦ

ଭୁବନେଶ୍ୱର- ଟିକାକରଣ ନେଇ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଯେ, ଟିକା ଅଭାବ ଯୋଗୁଁ ଗତକାଲି ୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା । ସୋନପୁର ଓ କୋରାପୁଟରେ ଗତକାଲି ଟିକାଦାନ ହୋଇ ନ ଥିଲା ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଯେ, ଟିକା ନେଲେ ବି କୋରୋନା ହେବା ଆଶଙ୍କା ରହିଛି । କିନ୍ତୁ ଟିକା ରୋଗୀଙ୍କୁ ଗୁରୁତର ପରିସ୍ଥିତିରୁ ରୋକିପାରିବ ।

Comments are closed.