ଟିକା ସାର୍ଟିଫିକେଟ୍ ରୁ ମୋଦିଙ୍କ ଫଟୋ ହଟିଲା

ନୂଆଦିଲ୍ଲୀ – ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ପାଞ୍ଚ ରାଜ୍ୟରେ କୋଭିଡ୍‌-୧୯ ଟିକା ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇଛି । ଏହି ପାଞ୍ଚ ରାଜ୍ୟ ହେଲେ କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ ପୁଡୁତେରୀ । କୋଭିଡ୍‌-୧୯ ସାର୍ଟିଫିକେଟରେ ମୋଦିଙ୍କ ଫଟୋ ଆଦର୍ଶ ଆଚରଣ ସଂହିତାର ଉଲ୍ଳଂଘନ । ଟିକା ସାର୍ଟିଫିକେଟରେ ନିଜ ଫଟୋ ସହ ପ୍ରଧାନମନ୍ତ୍ରୀ ମୋଦି ନିଜ କ୍ଷମତା ଓ ପଦର ଅପବ୍ୟବହାର କରୁଛନ୍ତି ବୋଲି କିଛିଦିନ ତଳେ ତୃଣମୂଳ କଂଗ୍ରେସ ସାଂସଦ ଡରେକ୍ ଓ’ବ୍ରାଏନ୍ ନିର୍ବାଚନ କମିଶନଙ୍କ ନିକଟକୁ ପତ୍ର ଲେଖି ଅଭିଯୋଗ କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଉପରାକ୍ତ ପାଞ୍ଚ ରାଜ୍ୟରେ କୋଭିଡ୍‌-୧୯ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ଦିଆଯାଇଛି । ଏଥିପାଇଁ କୋ-ୱିନ୍ ସପ୍ଟୱେରରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ନିର୍ବାଚନ ସମୟରେ ରାଜନେତାଙ୍କ ଫଟୋ ଛପା ଯାଇପାରିବ ନାହିଁ । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ସଂହିତା କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ବାଚନ କମିଶନ ପରାମର୍ଶ ଦେବା ସହ କୋଭିଡ୍ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କହିଥିଲେ ।

Comments are closed.