ଟ୍ରକ୍‌କୁ ପିଟିଲା ବସ୍‌, ୧୦ ମୃତ

ନୂଆଦିଲ୍ଲୀ – ଆଜି ଭୋର୍‌ରେ ମୋରାଦାବାଦ-ଆଗ୍ରା ଜାତୀୟ ରାଜପଥରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁଁ ୧୦ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ମୋରାଦାବାଦ ସହରରୁ ପ୍ରାୟ ୧୮ କିଲୋମିଟର ଦୂର ହୁସେନପୁର ପୁଲିୟା ଠାରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ମୋରାଦାବାଦ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସମେତ ଏସ୍‌ପି, ସିଏମ୍‌ଓ ଓ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ଛନ୍ତି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଯାତ୍ରୀବାହୀ ବସ୍‌ଟି ଆଗରେ ଯାଉଥିବା ଟ୍ରକ୍‌କୁ ଓଭରଟେକ୍ କରିବାକୁ ଚେଷ୍ଟା କଲାବେଳେ ଏହି ଦୁର୍ଘଟଣା ଘଟିଥିଲା । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ଘଟଣା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

Comments are closed.