ତାମିଲନାଡୁରେ ମେ ୧୦ରୁ ୨୪ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ୍

ଚେନ୍ନାଇ: କରୋନା ସଂକ୍ରମଣର ବୃଦ୍ଧି ଦୃଷ୍ଟିରୁ ତାମିଲନାଡୁ ସରକାର ଆସନ୍ତା ୧୦ ତାରିଖରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି। ତାମିଲନାଡୁରେ ମେ ୧୦ ରୁ ୨୪ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ୍ ହେବ | ଖାଦ୍ୟ, ରାସନ, ମାଂସ ଦୋକାନଗୁଡିକ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି | ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ପ୍ରଥମେ ଇ-ରେଜିଷ୍ଟ୍ରେସନ କରିବାକୁ ପଡିବ | ରାଜ୍ୟର ସବୁ ପର୍ଯ୍ୟଟନ ସ୍ଥଳ ବି ବନ୍ଦ ରହିବ ।

ତାମିଲନାଡୁରେ କରୋନା ସଂକ୍ରମଣ ମାମଲା ଅତି ଦ୍ରୁତ ଗତିରେ ବଢୁଛି। ଶୁକ୍ରବାର ସର୍ବାଧିକ ୨୬,୪୬୫ ନୂଆ ମାମଲା ରିପୋର୍ଟ ହେବା ପରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୩ ଲକ୍ଷ ୨୩ ହଜାର ୯୬୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯୭ ରୋଗୀଙ୍କ ମୃତ୍ୟୁ ସହିତ ମୃତକଙ୍କ ସଂଖ୍ୟା ୧୫,୧୭୧ରେ ପହଞ୍ଚିଛି। ଦିନକରେ ୨୨,୩୮୧ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧ ଲକ୍ଷ ୩୫ ହଜାର ୩୫୫ ରହିଛି। ଚେନ୍ନାଇରେ ୭୭୩୮ ନୂଆ ଆକ୍ରାନ୍ତଙ୍କ ସହ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୨କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସହରରେ ୫୦୮୧ ରୋଗୀଙ୍କ ମୃତ୍ୟୁ ଘଟିଛି।

Comments are closed.