ଦାନ୍ତେୱାଡାରେ ପୋଲିସ୍ ସହ ସଂଘର୍ଷରେ ଦୁଇ ନକ୍ସଲ ନିହତ, ବିପୁଳ ପରିମାଣର ବିସ୍ଫୋରକ ଜବତ

ରାୟପୁର – ଛଚ୍ଛିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ପୋଲିସ୍ ସହ ସଂଘର୍ଷରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । କୁଆକୋଣ୍ଡା ଥାନା ଅଧୀନ କବାସୀପାରା ଏବଂ ବାରେଗୁଡା ସ୍ଥିତ ଜଙ୍ଗଲରେ ପୋଲିସ୍ ଓ ନକ୍ସଲଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏଥିରେ ଦୁଇ ହାର୍ଡକୋର ନକ୍ସଲ ମାଡବୀ ହଡମା ଓ ଆଏତାଙ୍କ ମୃତ୍ୟୁ ହୋଇଥିଲା ।

ଦାନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲବ କହିଛନ୍ତି ଯେ, କବାସୀପାରା ଏବଂ ବାରେଗୁଡା ଜଙ୍ଗଲରେ ନକ୍ସଲଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ପୋଲିସ୍ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଥିଲା । ଡିଆରଜି ଯବାନମାନେ ଉକ୍ତ ଅଞ୍ଚଳକୁ ଚାରିଆଡ଼ୁ ଘେରି ସର୍ଚ୍ଚ ଅପରେସନ୍ ଆରମ୍ଭ କଲାବେଳେ ଜଙ୍ଗଲରେ ଲୁଚିଥିବା ନକ୍ସଲଙ୍କ ପକ୍ଷରୁ ଫାୟାରିଂ କରାଯାଇଥିଲା । ଡିଆରଜି ଯବାନ ମଧ୍ୟ ଏହାର ଜବାବ ଦେଇଥିଲେ । ଏଥିରେ ଦୁଇ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ନିହତ ଦୁଇ ନକ୍ସଲଙ୍କ ଶବ ମିଳିଥିଲା । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି ।

Comments are closed.