ଦିଲ୍ଲୀରେ ସପ୍ତାହେ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା

ନୂଆଦିଲ୍ଲୀ – କରୋନା ସଂକ୍ରମଣର ଉର୍ଦ୍ଧ୍ୱମୁହାଁ ଗତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ରାତି ୧୦ଟାରୁ ସପ୍ତାହେ ପର୍ଯ୍ୟନ୍ତ ରାଜଧାନୀ ନଗରୀରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ।

ଲକ୍‌ଡାଉନ୍ ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦୋକାନ, ବଜାର, ମଲ୍‌, ସିନେମା ହଲ୍ ବନ୍ଦ ରହିବ । ତେବେ ଲକ୍‌ଡାଉନ୍ ସମୟରେ କେନ୍ଦ୍ର ସରକାରୀ କର୍ମଚାରୀ ନିଜ ପରିଚୟ ପତ୍ର ଦେଖାଇ ଅଫିସ୍ ଯାଇପାରିବେ । ଦିଲ୍ଲୀ ସରକାରଙ୍କ ସମସ୍ତ ଅଫିସ୍ କିନ୍ତୁ ବନ୍ଦ ରହିବ ବୋଲି କେଜରିୱାଲ କହିଛନ୍ତି ।

ପୋଲିସ୍‌, ହାମଗାର୍ଡ, ଅଗ୍ନଶମ, ବିଦ୍ୟୁତ, ସାଧାରଣ ପରିବହନ, ଜିଲ୍ଲା ପ୍ରଶାସନ, ସରକାରୀ ଟ୍ରେଜେରୀ ଭଳି ଅତ୍ୟାବଶ୍ୟକ ସେବା ଉପରୁ କଟକଣା କୋହଳ କରାଯାଇଛି । ସବୁ ଅଦାଲତ କର୍ମଚାରୀ ଏବଂ ଅଧିକାରୀ ପରିଚୟ ପତ୍ର ଦେଖି ଯାତାୟତ କରିପାରିବେ । ସେହିଭଳି ସବୁ ଘରୋଇ ଓ ସରକାରୀ ହସ୍ପିଟାଲ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପାଇଁ ମଧ୍ୟ କଟକଣା କୋହଳ କରାଯାଇଛି । ବିବାହ ଉତ୍ସବରେ କେବଳ ୫୦ଜଣ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ । ଅନ୍ତିମ ସଂସ୍କାର କାର୍ଯ୍ୟରେ କେବଳ ୨୦ ଜଣ ଲୋକଙ୍କୁ ଅନୁମତି ଦିଆଯାଇଛି । ଲକ୍‌ଡାଉନ୍ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରୁଥିବା ଷ୍ଟାଡିୟମ ଗୁଡିକୁ ଅନୁମତି ମିଳିବ ।

Comments are closed.