ଦିଲ୍ଲୀ-ଡେରାଡୁନ୍ ଶତାବ୍ଦୀ ଏକ୍ସପ୍ରେସ୍‌ରେ ନିଆଁ

ନୂଆଦିଲ୍ଲୀ – ଦିଲ୍ଲୀରୁ ଡେରାଡୁନ୍ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ୍‌ର ଏକ କୋଚ୍‌ରେ ନିଆଁ ଲାଗିଯାଇଛି । ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ରାୟବାଲା ଓ କାଂସରୋ ରେଞ୍ଜ୍ ମଧ୍ୟରେ ଏହି ଘଟଣା ଘଟିଛି । ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ନୂଆଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସର ଅଷ୍ଟମ କୋଚ୍‌ରେ ନିଆଁ ଲାଗିଥିଲା । ସଙ୍ଗେ ସଙ୍ଗେ ଉକ୍ତ କୋଚ୍‌କୁ ଇଞ୍ଜିନରୁ ଅଲଗା କରାଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ।

ନିଆଁ ଲାଗିଥିବା କୋଚ୍‌ରେ ୩୫ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଅନ୍ୟ କୋଚ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ଟ୍ରେନ୍ ପୁଣି ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଗଡ଼ିଥିଲା ।

Comments are closed.