ଦେଶରେ ଆଉ ୩.୬୨ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ପୁଣି ୪ ହଜାରରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଗତ ଦୁଇ ଦିନ ସାମାନ୍ୟ ହ୍ରାସ ପରେ ଭାରତରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୬୨,୭୨୭ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ପୁଣି ୪ ହଜାର ଟପିଛି । ଏହି ଘାତକ ରୋଗରେ ଆଉ ୪,୧୨୮ ରୋଗୀଙ୍କ ମୃତ୍ୟୁ ହୋଇଛି । ଗତକାଲି ରେକର୍ଡ ୪୨୦୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ରୋଗରୁ ଆଉ ୩,୫୨,୧୮୧ ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୭ ଲକ୍ଷ ୩ ହଜାର ୬୬୫ରେ ପହଞ୍ଚିଛି । ଏଯାବତ୍ ଏହି ରୋଗରେ ୨ ଲକ୍ଷ ୫୮ ହଜାର ୩୧୭ ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୯୭ ଳକ୍ଷ ୩୪ ହଜାର ୮୨୩ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ମୋଟ ସକ୍ରିୟ ମାମଲା ୩୭ ଲକ୍ଷ ୧୦ ହଜାର ୫୨୫ରେ ପହଞ୍ଚିଛି ।

ମେ ୧୨ ସୁଦ୍ଧା ଭାରତରେ ୧୭ କୋଟି ୭୨ ଲକ୍ଷ ୧୪ ହଜାର ୨୫୬ କୋଭିଡ୍ ଟିକା ଡୋଜ୍ ଦିଆଯାଇଛି । ଗତକାଲି ମୋଟ ୧୮ ଲକ୍ଷ ୯୪ ହଜାର ୯୯୧ ଟିକା ଦିଆଯାଇଥିଲା ।

Comments are closed.