ଦେଶରେ ଦୈନିକ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ପାଞ୍ଚ ମାସ ପରେ ସର୍ବନିମ୍ନ, ମୋଟ ମାମଲା ୯୭ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ବ୍ୟାପକ ଟେଷ୍ଟିଂ ଓ ଅନ୍ୟାନ୍ୟ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଦେଶରେ ଦୈନକ ମାମଲା ଖସିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨୬,୫୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତ ପାଞ୍ଚ ମାସରେ ସର୍ବନିମ୍ନ । ମୃତ୍ୟୁ ସଂଖ୍ୟାରେ ବି ଉଲ୍ଲେଖନୀୟ ହ୍ରାସ ଘଟିଛି । ଦିନକରେ ଆଉ ୩୮୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଜୁଲାଇ ୧୦ ପରେ ମୃତ୍ୟୁ ସଂଖ୍ୟା ୪୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଆଉ ୩୯,୦୦୦ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ମୋଟ କରୋନା ମାମଲା ୯୭ ଲକ୍ଷ ଟପିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଏବେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା ୯୭ ଲକ୍ଷ ୩,୭୭୦କୁ ବୃଦ୍ଧି ପାଇଛି । ଏଯାବତ ଏହି ମହମାରୀରେ ୧ ଲକ୍ଷ ୪୦ ହଜାର ୯୫୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ୯୧ ଲକ୍ଷ ୭୮ ହଜାର ୯୪୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭାରତରେ ମୋଟ ସକ୍ରିୟ ମାମଲା ୪ ଲକ୍ଷ ତଳକୁ ଖସିଛି । ଏବେ କେବଳ ୩ ଲକ୍ଷ ୮୩ ହଜାର ୮୬୬ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

Comments are closed.