ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପିଏଫ୍ଆଇ ଯୁବ ନେତା ରାଉଫ୍ ସରିଫ୍ ଅଟକ

ଥିରୁବନନ୍ତପୁରମ୍ – ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଯୁବ ନେତା ତଥା ସାଧାରଣ ସମ୍ପାଦକ ରାଉଫ୍ ସରିଫଙ୍କୁ ଥିରୁବନନ୍ତପୁରମ୍ ବିମାନବନ୍ଦରରେ ଅଟକ ରଖାଯାଇଛି । ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ସରିଫଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। ତା’ଛଡା ହାଥରସ୍ ମାମଲାରେ ଉତ୍ତରପ୍ରଦେଶ ପୋଲିସ ତାଙ୍କୁ ଖୋଜୁଥିଲା।

ଅଭିଯୋଗ ହୋଇଛି ଯେ ସରିଫଙ୍କ ଆକାଉଣ୍ଟରେ ଓମାନ ଏବଂ କତାରରୁ ଦୁଇ କୋଟି ଟଙ୍କା ଆସିଛି। ଏହି ପାଣ୍ଠି ଅସାମାଜିକ କାର୍ଯ୍ୟକଳାପରେ ବ୍ୟବହୃତ ହେଉଥିଲା ବୋଲି ଅଭିଯୋଗ ହୋଇଛି । ସରିଫଙ୍କୁ ପଚରାଉଚରା ପାଇଁ ବିଭିନ୍ନ ତଦନ୍ତକାରୀ ସଂସ୍ଥା ତାଙ୍କୁ ନୋଟିସ ଜାରି କରିଥିଲେ। କିନ୍ତୁ ସେ ନିଜର ଗିରଫଦାରୀ ଏଡ଼ାଇବା ପାଇଁ ବାରମ୍ବାର ସ୍ଥାନ ବଦଳାଉଥିଲେ । ସେ ଆଜି ଦେଶ ଛାଡି ପଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଥିରୁବନନ୍ତପୁରମ୍ ବିମାନବନ୍ଦରରେ ଧରାପଡିଥିଲେ। ବର୍ତ୍ତମାନ ଇଡି ସମେତ ତଦନ୍ତକାରୀ ସଂସ୍ଥାଗୁଡ଼ିକର ପଚରାଉଚରା ଚାଲିଛି। ତାଙ୍କୁ ଗିରଫ ବି କରାଯାଇପାରେ ।

Comments are closed.