ନଭେମ୍ବର ପରେ ଦେଶରେ କରୋନାର ସର୍ବାଧିକ ଦୈନିକ ମାମଲା, ଦିନକରେ ଆଉ ୪୬,୯୫୧ ନୂଆ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୪୬,୯୫୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ନଭେମ୍ବର ପରେ ଦେଶରେ ୪୬ ହଜାରରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି । ଦିନକରେ ଏହି ରୋଗରେ ୨୧୨ ଜଣଙ୍କ ମୃତ୍ୟୁ ବି ହୋଇଛି । ଆଉ ୨୧ ହଜାର ୧୮୦ ଜଣ ସୁସ୍ଥ ହୋଇଛନ୍ତି ।
ଭାରତରେ ଏବେ କରୋନାର ମୋଟ ମାମଲା ୧,୧୬,୪୬,୮୦୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୧ ଲକ୍ଷ ୫୯ ହଜାର ୯୬୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ କୋଟି ୧୬ ଲକ୍ଷ ୪୬ ହଜାର ୮୧ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏସେ ଦେଶରେ ତିନି ଲକ୍ଷ ୩୪ ହଜାର ୬୪୬ ସକ୍ରିିୟ ରୋଗୀ ଅଛନ୍ତି ।

ଭାରତରେ ନୂଆ କରୋନା ମାମଲାର ୮୪% ପାଞ୍ଚ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ଏହି ପାଞ୍ଚ ରାଜ୍ୟ ହେଲେ ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ । ଏହାଛଡ଼ା କର୍ଣ୍ଣାଟକ, ଗୁଜରାଟ ଓ ହରିୟାଣାରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖା ବୃଦ୍ଧି ପାଇଛି ।

Comments are closed.