ନିଖୋଜ ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ

ରାୟପୁର – ବିଜାପୁର ଏନକାଉଣ୍ଟର ପରେ ନିଖୋଜ ଥିବା ସିଆରପିଏଫ୍ କୋବ୍ରା ୟୁନିଟ୍‌ର ଯବାନ ରାକ୍ୱେଶର ସିଂହ ମାନହସଙ୍କ ଫଟୋ ଜାରି କରିଛନ୍ତି ମାଓ ସଂଗଠନ । ନିଖୋଜ ଯବାନ ତାଙ୍କ କବଜାରେ ଅଛନ୍ତି ବୋଲି ସିପିଆଇ (ମାଓବାଦୀ)ର ଦଣ୍ଡକାରଣ୍ୟ ସ୍ପେଶାଳ ଜୋନାଲ କମିଟି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି । ରାକେଶ୍ୱରଙ୍କୁ ମୁକ୍ତ କରିବା ପାଇଁ ସରକାର ମଧ୍ୟସ୍ଥି ପଠାନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ଲାଲ୍ ବାହିନୀ ତରଫରୁ ଜାରି ହୋଇଥିବା ଫଟୋରେ କୋବ୍ରା ଯବାନ ରାକେଶ୍ୱର ସିଂହ ମାନହସଙ୍କୁ ଗଛପତ୍ର ଦ୍ୱାରା ତିଆରି ଏକ ଛାମୁଣ୍ଡିଆ ତଳେ ବସିଥିବା ଦେଖିବାକୁ ମିଳୁଛି । ଏପ୍ରିଲ ୩ରେ ବିଜାପୁର-ସୁକମାରେ ଘଟିଥିବା ଏନକାଉଣ୍ଟର ପରେ ରାକେଶ୍ୱରଙ୍କ ପତ୍ତା ମିଳିନଥିଲା । ଗତକାଲି ସ୍ଥାନୀୟ ସାମ୍ବାଦିକଙ୍କୁ ନିଖୋଜ ରାକେଶ୍ୱର ତାଙ୍କ କବ୍‌ଜାରେ ଅଛନ୍ତି ବୋଲି ମାଓବାଦୀ ମାନେ ଜଣାଇଥିଲେ ।
ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୨ ଯବାନ ସହିଦ ହୋଇଥିଲେ । ଏଥିରେ ଅନେକ ନକ୍ସଲ ବି ମୃତାହତ ହୋଇଥିବା ମନେ କରାଯାଉଛି ।

Comments are closed.