ନିରବ ମୋଦିଙ୍କୁ ଭାରତ‌ ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ଗୃହ ମନ୍ତ୍ରଣାଳୟର ମଞ୍ଜୁରି

ନୂଆଦିଲ୍ଲୀ – ନିରବ ମୋଦିଙ୍କୁ ଖୁବ ଶୀଘ୍ର ଭାରତ ଅଣାଯିବ। ଇଂଲଣ୍ଡର ଗୃହ ମନ୍ତ୍ରଣାଳୟ ମୋଦିଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଛି । ହୀରା ବ୍ୟବସାୟୀ ନିରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଜାନୁଆରୀ ୨୦୧୮ରେ ଏହି ସ୍କାମ ସାମ୍ନାକୁ ଆସିବା ପରେ ସେ ଭାରତ ଛାଡ଼ି ଇଂଲଣ୍ଡ ପଳାଇଥିଲେ । ନିରବ ମୋଦି ବର୍ତ୍ତମାନ ଲଣ୍ଡନ ଜେଲରେ ଅଛନ୍ତି।

ନିରବ ମୋଦି ଭାରତ ଛାଡ଼ି ପଳାଇବା ଦିନଠୁ ସରକାର ତାଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିଥିଲେ । ମାମଲା କୋର୍ଟକୁ ଯାଇଥିଲା। ଏହା ପରେ ଚଳିତ ବର୍ଷ ଫେବୃଆରୀ ୨୫ରେ ବ୍ରିଟିଶ କୋର୍ଟ ନିରବ ମୋଦିଙ୍କୁ ଭାରତକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ଗୃହ ମନ୍ତ୍ରଣାଳୟ ନିରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ ସମ୍ବନ୍ଧୀୟ ଦଲିଲ ଉପରେ ସ୍ୱାକ୍ଷର କରିଛି।

Comments are closed.