ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପ୍‌ସୀ ପାନ୍ନୁଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ମୁମ୍ବାଇ – ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ବଲିଉଡ୍ ଅଭିନେତ୍ରୀ ତାପ୍‌ସୀ ପାନ୍ନୁ ଏବଂ ମଧୁ ମଣ୍ଟେନାଙ୍କ ଘରେ ଆଜି ଆୟକର ବିଭାଗ ତରଫରୁ ଚଢ଼ାଉ କରାଯାଇଛି । ମଧୁ ମଣ୍ଟେନାଙ୍କ ଟାଲେଣ୍ଟ୍ ମ୍ୟାନେଜମେଣ୍ଟ କମ୍ପାନୀର କାର୍ଯ୍ୟାଳୟ ଉପରେ ବି ଚଢ଼ାଉ ହୋଇଛି ।

ଟାକ୍ସ ଫାଙ୍କିବା ମାମଲାରେ ‘ଫାଣ୍ଟ୍‌ମ ଫିଲ୍ମ’ ସହ ଜଡିତ ଲୋକଙ୍କ ଘରେ ଏହି ଚଢ଼ାଉ ହୋଇଥିବା ଆୟକର ବିଭାଗ ତରଫରୁ କୁହାଯାଇଛି । କଶ୍ୟପ ଓ ତାପସୀଙ୍କ ସମେତ ନିର୍ଦ୍ଦେଶକ ବିକାଶ ବହଲ ଏହି ଫିଲ୍ମ ପ୍ରଯୋଜନା କମ୍ପାନୀ ସହ ଜଡିତ । ବିକାଶଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

ଉଭୟ କଶ୍ୟପ ଓ ତାପ୍‌ସୀ ସୋସିଆଲ ମିଡିଆରେ କେନ୍ଦ୍ର ସରକାର ନୀତି ଉପରେ ଖୋଲାଖୋଲି ପ୍ରତିକ୍ରିୟା ରଖନ୍ତି । ନିକଟରେ ଚାଷୀ ଆନ୍ଦୋଳନ ସମର୍ଥନରେ ବି କାଶ୍ୟପ ଓ ତାପସୀ କେନ୍ଦ୍ର ସରକାରକୁ ସମାଲୋଚନା କରିଥିଲେ ।

Comments are closed.