ନୂତନ ସଂସଦ ଭବନର ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂତନ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ନୂତନ ସଂସଦ ଭବନ ପାଇଁ ଆଧାରଶିଳା ରଖିଥିଲେ । ପରେ କର୍ଣ୍ଣାଟକ ଶ୍ରୀଙ୍ଗେରୀ ମଠ ପୂଜାରୀଙ୍କ ତତ୍ତ୍ୱାବଧାନରେ ଭୂମି ପୂଜନ ହୋଇଥିଲା । ଏହି ଅବସରରେ ବିଭିନ୍ନ ଦଳର ନେତାଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଓ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଉପସ୍ଥିତ ଥିଲେ । ଭୂମି ପୂଜନ ପରେ ମୋଦି ଆଜିର ଦିନକୁ ଐତିହାସିକ ବୋଲି କହିଛନ୍ତି । ଏହା ଭାରତୀୟ ଗଣତନ୍ତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି । ପ୍ରାୟ ୯୦୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ସଂସଦ ଭବନରେ ଅତ୍ୟାଧୁନିକ ସୁବିଧା ରହିବ । ପୁରୁଣା ସଂସଦ ଗୃହ ନିକଟରେ ପ୍ରାୟ ୬୪,୫୦୦ ବର୍ଗ ମିଟର ସ୍ଥାନରେ ନୂଆ ଭବନ ନିର୍ମାଣ କରାଯିବ ।

Comments are closed.