ପଣ୍ୟ ପରିବହନ ପାଇଁ ଭାରତୀୟ ରେଳବାଇର ରିହାତି ଘୋଷଣା

ଭୁବନେଶ୍ୱର: ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ସହିତ ପଣ୍ୟ ପରିବହନ କ୍ଷେତ୍ରରେ ନୂତନ ପ୍ରୋତ୍ସାହନ ପାଇଁ ଭାରତୀୟ ରେଳବାଇ ପକ୍ଷ୍ୟରୁ ସ୍ୱଳ୍ପ ଓ ଅଧିକ ଦୂରତ୍ୱ ପଣ୍ୟ ପରିବହନ କ୍ଷେତ୍ରରେ ପଣ୍ୟ ଭଡାରେ ରିହାତି ଦେବା ପାଇଁ ଯୋଜନା କରିଛି I  

କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ସ୍ୱଳ୍ପ ଦୂରତା ପାଇଁ ଅନ୍ୟାନ ପଣ୍ୟ ପରିବହନ ପାଇଁ ୫୦ କିମି ପର୍ଯ୍ୟନ୍ତ ୫୦% ରିହାତି କରାଯାଇଥିବା ବେଳେ ୫୧ କିମି ରୁ ୭୫ କିମି ପର୍ଯ୍ୟନ୍ତ ଦୂରତ୍ୱ ପଣ୍ୟ ପରିବହନ ପାଇଁ ୨୫% ରିହାତି ଏବଂ ୭୬ କିମି ରୁ ୯୦ କିମି ପର୍ଯ୍ୟନ୍ତ ପଣ୍ୟ ପରିବହନ ପାଇଁ ୧୦% ରିହାତି ଘୋଷଣା କରାଯାଇଅଛି I ୯୧ କିମି ରୁ ୧୦୦ କିମି ଦୂରତ୍ୱ ପାଇଁ ପଣ୍ୟ ପରିବହନ ଦେୟ ଅପରିବର୍ତ୍ତିତ ରହିବ I

ପୂର୍ବରୁ ସ୍ୱଳ୍ପ ଦୂରଗାମୀ ପଣ୍ୟ ପରିବହନ ପାଇଁ ଅତି କମ ରେ ୧୦୦ କିମି ପର୍ଯ୍ୟନ୍ତ ପରିବହନ ବାବଦରେ ଭଡା ଧାର୍ଯ୍ୟ କରାଯାଇଥିଲା I   ଏହି ରିହାତି କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ ଦ୍ରବ୍ୟ ପରିବହନ, ରେଳବାଇ ସରଞ୍ଜାମ ଏବଂ କଣ୍ଟେନର ପରିବହନ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀ ପରିବହନ ପାଇଁ ଲାଗୁ ହେବ I  ଏହା ରିହାତିକୁ ୨୦୨୦ ଜୁଲାଇ ମାସ ପହିଲା ଠାରୁ ୨୦୧୧ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁକରାଯାଇଅଛି I ଏହା ବ୍ୟତୀତ ଅନ୍ୟ କୌଣସି ରିହାତି କାର୍ଯ୍ୟକାରୀ କରାଯିବ ନାହିଁ I  କେବଳ ଦେଶର ପୂର୍ବୋତ୍ତର କ୍ଷେତ୍ରକୁ ଏବଂ ଏହାର ପରିସୀମା ମଧ୍ୟରୁ ପଣ୍ୟ ପରିବହନ ପାଇଁ ୬% ରିହାତି ଲାଗୁ କରାଯିବ I

ଅଧିକ ଦୂରତ୍ୱ ପଣ୍ୟ ପରିବହନ ପାଇଁ ରେଳ ମନ୍ତ୍ରଣାଳୟ ମଧ୍ୟ ରିହାତି ନିୟମାବଳୀ ଜାରି କରିଛି I ଏହି ନିୟମାବଳୀ ଆଧାରରେ କୋଇଲା ଓ କୋକ ପରିବହନ କ୍ଷେତ୍ରରେ ୧୪୦୦ କିମି ରୁ ଅଧିକ ଦୂରତ୍ୱ ଏବଂ ଲୁହା ଓ ଷ୍ଟିଲ ପରିବହନ କ୍ଷେତ୍ରରେ ୧୬୦୦ କିମି ରୁ ଅଧିକ ଦୂରତ୍ୱ ପାଇଁ ୨୦% ରିହାତି ଯୋଜନା କରିଥିବାବେଳେ ଲୁହା ପଥର ପରିବହନ କ୍ଷେତ୍ରରେ ୧୫୦୦କିମି ରୁ ଅଧିକ ଦୂରତ୍ୱ ପାଇଁ ୨୦% ଏବଂ ୭୦୧ ରୁ ୧୫୦୦ କିମି ଦୂରତ୍ୱ ପାଇଁ ୧୫% ରିହାତି ଯୋଜନା କରିଛି I

ଏହି ସବୁ ରିହାତି ସାଧାରଣ ଶୁଳ୍କ ଦର (ଏନଟିଆର) ଆଧାରରେ ଟ୍ରେନ ବୋଝେଇ ପାଇଁ ଲାଗୁହେବ I  ଏଥିପାଇଁ ରେଳବାଇ ମଧ୍ୟ ଶିଳ୍ପ ଓ ବାଣିଜ୍ୟ ଉଦ୍ୟୋଗ ସହିତ ନିରନ୍ତର ସଂଯୋଜନା ଜାରିରଖି ଅଧିକ ପଣ୍ୟ ପରିବହନ ପାଇଁ ପଦକ୍ଷେପ ନେବା ଏବଂ ଏହା ରେଳବାଇ ବୋର୍ଡ ଦ୍ୱାରା ମଧ୍ୟ ମଝିରେ ମଝିରେ ଦୃଷ୍ଟି ଦିଆଯିବ I  ଗ୍ରାହକମାନେ ଏହି ରିହାତି ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ନିକଟସ୍ଥ ରେଳବାଇ ଗୁଡ଼ସସେଡ କିମ୍ବା ଷ୍ଟେସନ ମାନଙ୍କ ଠାରେ ଯୋଗାଯୋଗ କରିପାରିବେ I

Comments are closed.