ପୁଣି ପ୍ରବଚନ ଦେବା ପାଇଁ ସାରଥିଙ୍କୁ ହାଇକୋର୍ଟଙ୍କ ଅନୁମତି

ଭୁବନେଶ୍ୱର- ପୁଣି ପ୍ରବଚନ ଦେଇପାରିବେ ସାରଥି ବାବା ଓରଫ ସନ୍ତୋଷ ରାଉଳ । ଏଥିପାଇଁ ହାଇକୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି । କୋରୋନା କଟକଣା ମାନି ସନ୍ତୋଷ ରାଉଳ ପ୍ରବଚନ ଦେଇପାରିବେ । ବିଭିନ୍ନ କେଳେଙ୍କାରୀରେ ଜେଲ ଯାଇଥିଲେ ସାରଥି ବାବା । କିନ୍ତୁ ଏବେ ସେ ଜାମିନରେ ଅଛନ୍ତି । ଜାମିନ ସର୍ତ୍ତାବଳୀରେ ପ୍ରବଚନ ନ ଦେବା ଲାଗି କଟକଣା ଥିଲା । ଗୁଜୁରାଣ ମେଂଟାଇବା ପାଇଁ ସମସ୍ୟା ହେଉଥିବାରୁ ଜାମିନ ସର୍ତ୍ତ କୋହଳ କରିବାକୁ ଆବେଦନ କରିଥିଲେ ତାଙ୍କ ଓକିଲ ମାନସଚାନ୍ଦ ।

Comments are closed.