ପୁଣି ବଢ଼ିଲା ଏଲ୍‌ପିଜି ଦର

ନୂଆଦିଲ୍ଲୀ – ଏଲ୍‌ପିଜି ଦର ପୁଣି ବଢ଼ିଛି । ସବ୍‌ସିଡି ଯୁକ୍ତ ଏଲ୍‌ପିଜି ଦର ଆଜିଠାରୁ ୨୫ ଟଙ୍କା ମହଙ୍ଗା ହୋଇଛି । ଏ ଥରକୁ ମିଶାଇ ଏହି ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ଲାଗି ଏଲ୍‌ପିଜି ଦରରେ ବୃଦ୍ଧି ଘଟିଛି । ଜାତୀୟ ରାଜଧାନୀ ନଗରୀ ଦିଲ୍ଲୀରେ ୧୪.୨ କେଜି ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୭୯୪ ରୁ ଏବେ ୮୧୯ ଟଙ୍କାକୁ ବୃଦ୍ଧି ପାଇଛି । ଶେଷଥର ଫେବୃୟାରୀ ୨୫ରେ ଏଲ୍‌ପିଜି ସିଲିଣ୍ଡର ଦରରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା ।

ଅନ୍ୟପକ୍ଷେ କୋଲକାତାରେ ଉଭୟ ସବ୍‌ସିଡି ଓ ବ୍ୟାବସାୟିକ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ବଢ଼ିଛି । ସବ୍‌ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଥିବା ବେଳେ ବ୍ୟାବସାୟିକ ସିଲିଣ୍ଡର ପିଛା ୧୯ ଟଙ୍କା ମହଙ୍ଗା ହୋଇଛି । କୋଲକାତାରେ ଏବେ ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ପିଛା ୮୪୫.୫୦ ଟଙ୍କା ହୋଇଛି ।

Comments are closed.