ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ଜାମ୍ମୁ : ୨୦୧୯ ଫେବ୍ରୁଆରୀ ୧୪ ତାରିଖର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ଚାର୍ଜସିଟ୍ ଦାଖଲ କରିଛି । ଜାମ୍ମୁର ସ୍ୱତନ୍ତ୍ର ଅଦାଲତରେ ୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ ।

ଚାର୍ଜସିଟରେ ଜୈସ-ଏ-ମହମ୍ମଦର ମୁଖ୍ୟ ମୌଲାନା ମସୁଦ ଅଜହର, ତା ଭାଇ ଅବଦୁଲ ରାଉସ ଅସଗର ସମେତ ସଂଗଠନର ଅନ୍ୟ କମାଣ୍ଡରମାନଙ୍କ ନାଁ ରହିଛି । ପାକିସ୍ତାନର ଇଶାରାରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା ବୋଲି ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ପୁଲୱାମା ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଥିଲା ।

Comments are closed.