ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂଙ୍କ କରୋନାରେ ଦେହାନ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲ। ଗୁରୁଗାଓଁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଆଜି ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ୨୨ ଏପ୍ରିଲରୁ କରୋନାରେ ସଂକ୍ରମିତ ହୋଇଥିଲେ। ଫୁସଫୁସରେ ସଂକ୍ରମଣ ବ୍ୟାପିବାରୁ ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଗତ ଦୁଇ ଦିନ ଧରି ତାଙ୍କ ଅବସ୍ଥା ଗୁରୁତର ଥିଲା।

ପଶ୍ଚିମ ଉତ୍ତରପ୍ରଦେଶରେ ଅଜିତ ସିଂଙ୍କ ପ୍ରଭାବ ଅଧିକ ଥିଲା। ସେ ଜାଟ୍ର ସମ୍ପ୍ରଦାୟର ଜଣେ ବଡ଼ ନେତା ଥିଲେ। ସେ ମଧ୍ୟ ଅନେକ ଥର କେନ୍ଦ୍ର ମନ୍ତ୍ରୀ ହୋଇଥିଲେ। କିନ୍ତୁ ଗତ ଦୁଇଟି ଲୋକସଭା ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ଦଳ ଆରଏଲଡିର ପତିଆରା ହ୍ରାସ ପାଇଥିଲା। ଏହି କାରଣରୁ ଅଜିତ ସିଂ ମଧ୍ୟ ତାଙ୍କ ଗଡ଼ ବାଗପାଟରୁ ଲୋକସଭା ନିର୍ବାଚନରେ ​​ହାରିଯାଇଥିଲେ। ଅଜିତ ସିଂଙ୍କ ପୁଅ ଜୟନ୍ତ ଚୌଧୁରୀ ମଧ୍ୟ ମଥୁରା ଲୋକସଭା ଆସନରୁ ପରାସ୍ତ ହେଇଥିଲେ ।

Comments are closed.