ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତୀଶ ଶର୍ମାଙ୍କ ପରଲୋକ

ପାଣାଜି (ଗୋଆ) – ପୂର୍ବତନ କେନ୍ଦମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପଟେନ୍ ସତୀଶ ଶର୍ମାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସେ କିଛିଦିନ ଧରି ଅସୁସ୍ଥ ଥିଲେ । ଏହି କଂଗ୍ରେସ ଭେଟେରାନ ୧୯୯୩ ରୁ ୧୯୯୬ ଯାଏ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଆନ୍ଧ୍ର ପ୍ରଦେଶର ସିକନ୍ଦରାବାଦରେ ଅକ୍ଟୋବର ୧୧, ୧୯୪୭ରେ ଜନ୍ମ ଗ୍ରହଣ କରିଥିବା ସତୀଶ ଆମେରିକାର କାନ୍ସାସରୁ ଏୟାରଲାଇନ୍ସ ଟ୍ରାନ୍ସପୋର୍ଟ ପାଇଲଟ୍ ରେଟିଂରେ ଡିଗ୍ରୀ ହାସଲ କରିଥିଲେ । ସେ ୧୯୮୬ରେ ପ୍ରଥମେ ରାଜ୍ୟସଭା ସାଂସଦ ହୋଇଥିଲେ । ପରେ ୧୯୯୧ରେ ଆମେଥିରୁ ଲୋକସଭା ସାଂସଦ ଭାବେ କ୍ୟାପଟେନ୍ ସତୀଶ ଶର୍ମା ନିର୍ବାଚିତ ହୋଇଥିଲେ ।

କ୍ୟାପଟେନ୍ ସତୀଶ ଶର୍ମାଙ୍କ ଦେହାନ୍ତରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କାଙ୍କ ସମେତ ବହୁ ନେତା ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ବରିଷ୍ଠ ବାମପନ୍ଥୀ ନେତା ସିତାରାମ ୟେଚୁରୀ ମଧ୍ୟ ଶର୍ମାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

Comments are closed.