ପେଟ୍ରୋଲ, ଡିଜେଲ ଦର ପୁଣି ବଢ଼ିଲା

ନୂଆଦିଲ୍ଲୀ – ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢ଼ିଛି । କ୍ରମାଗତ ଦ୍ୱିତୀୟ ଥର ପାଇଁ ତେଲ ଦରରେ ବୃଦ୍ଧି ଘଟିଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବୁଧବାର ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି କରାଯାଇଛି । ଏଥିସହ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ୮୭.୬୦ ଟଙ୍କା ହୋଇଥିବା ବେଳେ ଡିଜେଲ ୭୭.୭୩ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପଟ୍ରୋଲ ଲିଟର ପିଛା ରେକର୍ଡ ୯୪.୧୨ ଟଙ୍କା ଓ ଡିଜେଲ୍ ଲିଟର ପିଛା ୮୪.୬୩ ଟଙ୍କାକୁ ବୃଦ୍ଧି ପାଇଛି ।

ତେଲ ଦର ତିନିଅଙ୍କ ଛୁଇଁବାକୁ ବସିଥିବା ବେଳେ କେନ୍ଦ୍ର ତେଳୌ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାରେ କହିଛନ୍ତି ଯେ, ସରକାର ତେଲଦର କମାଇବା ଲାଗି ସୀମା ଶୁଳ୍କ ହ୍ରାସ କରିବେ ନାହିଁ ।

ଅନ୍ତର୍ଜାତୀୟ ବଜାରରେ ପ୍ରାୟ ବର୍ଷକ ବ୍ୟବଧାନ ପରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୬୧ଡଲାର ଛୁଇଁଛି । ଏହାର ପ୍ରଭାବ ତେଲ ଦର ଉପରେ ପଡିଛି ।

Comments are closed.