ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ଆଜି ଲୋକାୟୁକ୍ତରେ ଶୁଣାଣି

ଭୁବନେଶ୍ୱର- ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ଆଜି ଲୋକାୟୁକ୍ତରେ ଶୁଣାଣି ହେବ । ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ପ୍ରଥମ ଥର ପାଇଁ ଜଣେ ଲୋକ ପ୍ରତିନିଧିଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରିସ କରିଛନ୍ତି । ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଚାକିରି ଠକେଇ ଓ କ୍ଷମତାର ଦୁରୁୁପଯୋଗ ଭଳି ଅଭିଯୋଗରେ ଛନ୍ଦି ହୋଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ପାଠକ ବାପ-ପୁଅଙ୍କ କଳା କାରନାମାରେ ପ୍ରଦୀପଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଜନ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ପାଣିଗ୍ରାହୀଙ୍କୁ ବିଜେଡିରୁ ବିଦା କରାଯାଇଛି । ସେ ଏବେ ଜେଲରେ ଅଛନ୍ତି ।

Comments are closed.