ପ୍ରଧାନ ବିଚାରପତିଙ୍କ ମାଆ ଠକେଇର ଶିକାର

ନାଗପୁର – ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ ବୋବଡେଙ୍କ ମାଆ ଏକ ବଡ଼ ଧରଣ ଠକେଇର ଶିକାର ହୋଇଛନ୍ତି । ତାଙ୍କ ଠାରୁ ୨.୫ କୋଟି ଠକି ନିଆଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ୍ ଏକ ମାମଲା ରୁଜୁ କରି ତାପସ ଘୋଷ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ନାଗପୁରର ଆକାଶବାଣୀ ଛକ ଠାରେ ବୋବଡେଙ୍କ ପୈତୃକ ସମ୍ପ୍ରତି ରହିଛି । ଏହା ପ୍ରଧାନ ବିଚାରପତି ବୋବଡେଙ୍କ ମାଆଙ୍କ ନାମରେ ପଞ୍ଜିକୃତ ହୋଇଛି । ‘ସିଜନ ଲନ୍‌’ ନାମରେ ପରିଚିତ ଏହି ସମ୍ପତିର କେୟାର ଟେକର ଭାବେ ଘୋଷ ୧୦ ବର୍ଷ ଧରି ଦାୟିତ୍ୱ ନେଇଆସୁଥିଲେ । ଘୋଷ ଓ ତାଙ୍କ ପତ୍ନୀ ଏହାର ଦେଖାଶୁଣା କରୁଥିଲେ । ବୃଦ୍ଧାବସ୍ଥା ଯୋଗୁଁ ପ୍ରଧାନ ବିଚାରପତିଙ୍କ ମାଆ ଅଧିକାଂଶ ସମୟ ଅସୁସ୍ଥ ରହୁଥିବାରୁ ଏହାର ସୁଯୋଗ ନେଇ ଜାଲ ରସିଦ ଜରିଆରେ ଘୋଷ ଦମ୍ପତି ପ୍ରାୟ ୨.୫ କୋଟି ଟଙ୍କାର ଠକେଇ କରିଥିଲେ । ଏହି ପରିମାଣ ଆହୁରି ଅଧିକ ହେବ ବୋଲି ପୋଲିସ ତରଫରୁ କୁହାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Comments are closed.