ପ୍ରସିଦ୍ଧ ନୃତ୍ୟ ଗବେଷକ ସୁନୀଲ କୋଠାରୀଙ୍କ ପରଲୋକ

ନୂଆଦିଲ୍ଲୀ – ପ୍ରସିଦ୍ଧ ନୃତ୍ୟ ଗବେଷକ ତଥା ସମାଲୋଚକ ସୁନୀଲ କୋଠାରୀଙ୍କ କରୋନା ଜନିତ ଜଟିଳତା ଯୋଗୁଁ ରବିବାର ପରଲୋକ ହୋଇଯାଇଛି । ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଗବେଷଣା ଓ ଏ ସମ୍ବନ୍ଧୀୟ ନୂତନ ତଥ୍ୟ ଆବିଷ୍କାର କରିବାରେ ସେ ଖ୍ୟାତି ଅର୍ଜନ କରିଥିଲେ ।

୧୯୩୩ ଡିସେମ୍ବର ୨୦ରେ ଗୁଜରାଟର ଖେଦା ଜିଲ୍ଲାରେ କୋଠାରୀଙ୍କ ଜନ୍ମ ହୋଇଥିଲା । ଭାରତୀୟ ନୃତ୍ୟକଳାରେ ଶିକ୍ଷାଲାଭ କରିବା ପୂର୍ବରୁ ସେ ଚାର୍ଟର୍ଡ ଆକାଉଣ୍ଟ୍ ଭାବେ ଚାକିରି କରୁଥିଲେ । ସେ ଭାରତ ନାଟ୍ୟମ୍‌, ଓଡ଼ିଶୀ, ଛଉ, କଥକ ସମେତ ଅନ୍ୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟକଳା ଉପରେ ୨୦ରୁ ଊର୍ଦ୍ଧ୍ୱ ଗବେଷଣା ମୂଳକ ପୁସ୍ତକ ଲେଖିଛନ୍ତି । ତାଙ୍କୁ ୧୯୯୫ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା । ୨୦୦୧ରେ କୋଠାରୀଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଆମେରିକାର ‘ଡାନ୍ସ କ୍ରିଟିକ୍ସ ଆସୋସିଏସନ୍‌’ ପକ୍ଷରୁ ତାଙ୍କୁ ୨୦୧୧ରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ପୁରସ୍କାର ମିଳିଥିଲା ।

Comments are closed.