ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା: ସୁନାମି ପ୍ରସ୍ତୁତି ପାଇଁ ଓଡିଶାର ଦୁଇ ଗ୍ରାମକୁ ୟୁନେସ୍କୋ ସ୍ୱୀକୃତି

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସାରା ବିଶ୍ଵରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଠି କରିଥିବା ଓଡିଶା ପାଇଁ ଆଉ ଏକ ପ୍ରଶଂସନିୟ ସଫଳତା । ରାଜ୍ୟର ଦୁଇଟି ଗ୍ରାମରେ ହୋଇଥିବା ସୁନାମି- ରେଡି କାର୍ଯ୍ୟକ୍ରମ ପାଇଁ ମିଳିଛି ୟୁନେସ୍କୋର ଏହି ସ୍ଵୀକୃତି ।

ଏହି ଦୁଇ ଗ୍ରାମ ହେଲା ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଓ ଜଗତସିଂହପୁର ଜିଲ୍ଲାର ନୋଳିଆସାହି । ୟୁନେସ୍କୋ ବଶିଷ୍ଟ ମାନ୍ୟତା ପାଇବାରେ ଏହି ଦୁଇଟି ଗାଁ କେବଳ ରାଜ୍ୟ କିମ୍ବା ଦେଶରେ ନୁହେଁ ବରଂ ଇଣ୍ଡିଆନ୍ ଓସେନ୍ ରିଜନରେ ପ୍ରଥମ । Intergovernmental Oceanographic Commission of UNESCO ପକ୍ଷରୁ ଏହି ସୁନାମି
-ରେଡି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।

Comments are closed.