ପ୍ରାଣ ହରାଇଥିବା କୋରୋନା ଯୋଦ୍ଧାଙ୍କ ପାଇଁ ସ୍ମାରକୀ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର- ରାଜ୍ୟରେ କୋରୋନା ମୁକାବିଲା କରି ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସ୍ମାରକୀ ନିର୍ମାଣ ହେବ । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ପାର୍କରେ ଏହି ସ୍ମାରକୀ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏ ସଂପର୍କରେ ପୂର୍ତ୍ତ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏହି କୋଭିଡ ଯାଦ୍ଧା ସ୍ମାରକୀ ଅଗଷ୍ଟ ୧୫ ତାରିଖରେ ଉଦଘାଟନ ହେବ ।

ପୂର୍ତ୍ତ ବିଭାଗକୁ ବିଜୁ ପଟ୍ଟନାୟକ ପାର୍କରେ ସ୍ମାରକୀ ନିର୍ମାମ ଦାୟିତ୍ୱ ଦିଆଯିବା ସହ ଏହାର ଡିଜାଇନ ପାଇଁ ବିଶିଷ୍ଟ ସ୍ଥପତିମାନଙ୍କଠାରୁ ପରାମର୍ଶ ନେବା ପାଇଁ କୁହାଯାଇଛି । ଅଗଷ୍ଟ ୧୫ ପୂର୍ବରୁ ନିର୍ମାଣ କାମ ସାରିବାକୁ କୁହାଯାଇଛି ।

Comments are closed.