ପ୍ଲାଜମା ସଂଗ୍ରହରେ ରାଉରକେଲା ଆଇଜିଏଚ ରାଜ୍ୟରେ ପ୍ରଥମ, ଏ ଯାଏଁ ୧୦୪ ଜଣଙ୍କଠାରୁ ପ୍ଲାଜମା ସଂଗ୍ରହ

ରାଉରକେଲା- ଗୁରୁତର କୋରୋନା ରୋଗୀଙ୍କୁ ଚିକିତ୍ସାରେ ଉପଯୋଗୀ ସାବ୍ୟସ୍ତ ହେବାରେ ଲାଗିଛି ପ୍ଲାଜମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁସ୍ଥ ହୋଇଥିବା କୋରୋନା ରୋଗୀଙ୍କୁ ପ୍ଲାଜମା ଦେବା ପାଇଁ ଅପିଲ୍ କରିଛନ୍ତି । ରାଜ୍ୟର ପ୍ରମୁଖ ସହରର ହସପିଟାଲଗୁଡିରେ ପ୍ରତିଷ୍ଠା କରାଯାଇଛି ପ୍ଲାଜମା ବ୍ୟାଙ୍କ୍ । ରାଉରକେଲାର ଇସ୍ପାତ ଜେନେରାଲ ହସପିଟାଲରେ ଜୁଲାଇ ୩୦ ତାରିଖରେ ରାଜ୍ୟର ତୃତୀୟ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା ।

ଏ ପର୍ଯ୍ୟନ୍ତ ଏହି ହସପିଟାଲ୍ ୧୦୪ ଜଣଙ୍କଠାରୁ ପ୍ଲାଜମା ସଂଗ୍ରହ କରିଛି , ଯାହା କି ରାଜ୍ୟରେ ଏକ ରେକର୍ଡ । ଡାକ୍ତର, ପୋଲିସ କର୍ମଚାରୀ, ଓଡ୍ରାଫ ,ସିଆରପିଏଫ୍ ଯବାନ, ଆରଏସପି କର୍ମଚାରୀଙ୍କ ସହ କିଛି ସ୍ୱେଚ୍ଛାସେବୀ ପ୍ଲାଜମା ଦାନ କରିଛନ୍ତି । ଅଧିକରୁ ଅଧିକ ପ୍ଲାଜମା ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ୟମ ଜାରି ରହିଛି । ପ୍ଲାଜମା ଦାନ କରୁଥିବା ଲୋକଙ୍କୁ ସମ୍ବର୍ଦ୍ଦିତ କରାଯାଉଛି ।

Comments are closed.