ଫୁଡ୍ ସାର୍ଟିଫିକେଟ ଟାଙ୍ଗିବାକୁ ରାଜଧାନୀର ଦୋକାନ, ହୋଟେଲ ଓ ରେଷ୍ଟୁରାଂଟକୁ ବିଏମସିର ନିର୍ଦ୍ଦେଶ

ଭୁବନେଶ୍ୱର- ୭ ଦିନ ମଧ୍ୟରେ ଦୋକାନ ଆଗରେ ଫୁଡ୍ ସେଫଟି ସାର୍ଟିଫିକେଟ ଲଗାଇବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ରାଜଧାନୀରେ ଥିବା ହୋଟେଲ ଓ ରେଷ୍ଟୁରାଂଟ ବି ବିଏମସିର ଏହି ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ସେମାନେ ଫୁଟ୍ ସେଫଟି ସାର୍ଟିଫିକେଟ ପ୍ରଦର୍ଶନ କରିବେ । ନିୟନ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇ ଜୋରିମାନା ଆଦାୟ କରାଯିବ । ଏହାଛଡା ନିୟମ ଉଲ୍ଲଂଘନକାରୀ ଦୋକାନମାନଙ୍କ ବିରୋଧରେ ମାମଲା ଦାୟର କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

Comments are closed.