ବଢୁଛି କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା, ଆଉ ୪ ହଜାର ୧୦୧ ରୋଗୀ ସୁସ୍ଥ

ଭୁବନେଶ୍ୱର – ରାଜ୍ୟରେ ଆଜି ଆଉ ୪ ହଜାର ୧୦୧ ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୮୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୫୫୦ ଓ ପୁରୀ ଜିଲ୍ଲାରୁ ୨୯୮ ସୁସ୍ଥ ହୋଇଛନ୍ତି । ବଲାଙ୍ଗାରରୁ ୧୯୩ , ଯାଜପୁରରୁ ୧୬୯, କେନ୍ଦ୍ରାପଡାରୁ ୧୩୨, ସୋନପୁରରୁ ୧୨୧, ଜଗତସିଂହପୁରରୁ ୧୧୫, ନବରଂଗପୁରରୁ ୧୧୫ ଓ ନୂଆପଡାରୁ ୧୧୨ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୯୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏ ଯାଏଁ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୬୭କୁ ବୃଦ୍ଧି ପାଇଛି ।

Comments are closed.