ବରିଷ୍ଠ ଓକିଲ ହରିଶ୍ ସାଲ୍‌ଭେ କୋଭିଡ୍ ମାମଲା ଶୁଣାଣିରୁ ଓହିରଲେ, ତାଙ୍କୁ ନ୍ୟାୟମିତ୍ର ନିଯୁକ୍ତ କରାଯିବା ନେଇ ଉଠିଥିଲା ପ୍ରଶ୍ନ

ନୂଆଦିଲ୍ଲୀ –ସୁପ୍ରିମକୋର୍ଟ କରିବାକୁ ଥିବା କୋଭିଡ୍ ମାମଲା ଶୁଣାଣିରୁ ବରିଷ୍ଠ ଓକିଲ ହରିଶ ସାଲଭେ ଓହରି ଯାଇଛନ୍ତି । ଦେଶରେ କୋଭିଡ୍ ସ୍ଥିତି ନେଇ ସୁପ୍ରିମକୋର୍ଟ ଗତକାଲି ନିଜ ଆଡୁ ସଜ୍ଞାନ ନେଇ କେନ୍ଦ୍ରକୁ ନୋଟିସ୍ ପଠାଇଥିଲେ । ଏହାର ଶୁଣାଣିରେ ସହାୟତା କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସାଲ୍‌ଭେଙ୍କୁ ନ୍ୟାୟମିତ୍ର (ଆମିକସ କୁରେ) ଭାବେ ନିଯୁକ୍ତ୍ କରିଥିଲେ । ତେବେ ପ୍ରଧାନ ବିଚାରପତି ଏସ୍‌ଏ ବୋବଡେଙ୍କ ସେ ସ୍କୁଲ ସମୟର ବନ୍ଧୁ ହୋଇଥିବାରୁ ସାଲଭେଙ୍କୁ ନ୍ୟାୟମିତ୍ର ଭାବେ ନିଯୁକ୍ତ କରାଯିବା ନେଇ କିଛି ବରିଷ୍ଠ ଆଇନଜୀବୀ ପ୍ରଶ୍ନ ଉଠାଇଥିଲେ । ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ସେମାନେ ସମାଲୋଚନା କରିଥିଲେ ।

କୋଭିଡ୍ ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣିରେ ପ୍ରଧାନ ବିଚାରପତିଙ୍କ ସହ ତାଙ୍କ ଘନିଷ୍ଠତା ନେଇ କୌଣସି ବିବାଦ ଯେପରି ସୃଷ୍ଟି ନହୁଏ, ସେଥିପାଇଁ ସେ ଏହି ମାମଲାରୁ ଓହରିବାକୁ ଅନୁରୋଧ କରିଥିଲେ । ସୁପ୍ରିମକୋର୍ଟ ତାଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ଏହି ମାମଲାର ଶୁଣାଣିରୁ ଓହରିବାକୁ ଅନୁମତି ଦେଇଛନ୍ତି ।

 

Comments are closed.