ବାମରାରେ ୩ଟି ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ରେଳରୋକ,ସବୁ ରାଜନୈତିକ ଦଳର ସମର୍ଥନ

ସମ୍ବଲପୁର- ସମ୍ବଲପୁର ବାମରାରେ ୩ଟି ଏକ୍ସପ୍ରେସ ଟ୍ରେନର ରହଣି ଓ ରେଳ ଫାଟକରେ ଓଭରବ୍ରିଜ ନିର୍ମାଣ ଦାବି କରି ୧୨ ଘଂଟିଆ ଆନ୍ଦୋଳନ ଓ ରେଳରୋକ କରାଯାଉଛି । ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାମରା ଷ୍ଟେସନରେ ରେଳରୋକ କରାଯାଉଛି । ଏଥିରେ ବିଜେଡି ବିଧାୟକ କିଶୋର ନାଏକଙ୍କ ସମେତ ସବୁ ରାଜନୈତିକ ଦଳର ନେତା ବି ସାମିଲ ହୋଇଛନ୍ତି ।

ରେଳରୋକରେ କିଶୋର ନାଏକଙ୍କ ସମେତ କଂଗ୍ରେସ ଓ ବିଜେପିର ଦୁଇ ପୂୂର୍ବତନ ବିଧାୟକ ସାମିଲ ହୋଇଛନ୍ତି । ରେଳରୋକ ଯୋଗୁଁ ମୁମ୍ବାଇ-କୋଲକାତା ରେଳପଥରେ ଟ୍ରେନ ଚଳାଚଳ ଠପ୍ ହୋଇଯାଇଛି । ସକାଳ ସାଢେ ୫ରୁ ରେଳରୋକ ଆରମ୍ଭ ହୋଇଛି । ବାମରା ଷ୍ଟେସନରେ ଟ୍ରେନ ରହଣି ଉଚ୍ଛେଦ କରିଦିଆଯାଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Comments are closed.