ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ – ବିଧାନସଭା ନିର୍ବାଚନ ପାଇଁ ମେ ୨ରେ ଭୋଟ୍ ଗଣତି ପରେ ରାଜନୈତିକ ଦଳମାନଙ୍କ ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ଦେଶରେ ଭୟଙ୍କର କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ନିଷେଧାଦେଶ ଜାରି କରିଛନ୍ତି । ଭୋଟ୍ ଗଣତି ବେଳେ କିମ୍ବା ପରେ କୌଣସି ଦଳ ବିଜୟ ଶୋଭଯାତ୍ରା ବାହାର କରିପାରିବେ ନାହିଁ ।

ଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ବିଭିନ୍ନ ଦଳମାନଙ୍କ ତରଫରୁ ଜନସଭା ଓ ରାଲିରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା । ଏନେଇ ଗତକାଲି ମାଡ୍ରାସ୍ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଭର୍ତ୍ସନା କରିଥିଲେ । ଦେଶରେ କରୋନାର ଦ୍ୱିତୀୟ ଲହରୀ ପାଇଁ ନିର୍ବାଚନ କମିଶନ ହିଁ ଦାୟୀ । ଏଥିପାଇଁ ନିର୍ବାଚନ କମିଶନ ବିରୋଧରେ ହତ୍ୟା ମାମଲା ରୁଜୁ ହେବା କଥା ବୋଲି ମାଡ୍ରାସ୍ ହାଇକୋର୍ଟ କଡ଼ା ଟିପ୍ପଣୀ କରିଥିଲେ ।

Comments are closed.