ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ, କୋରୋନା ଯୋଗୁଁ ରାଜ୍ୟ ଅର୍ଥନୀତିକୁ କ୍ଷତି, ଅଭିବୃଦ୍ଧି ହାର ଜାତୀୟ ହାରଠୁ ଭଲ ରହିବ

ଭୁବନେଶ୍ୱର- ବଜେଟ ଆଗତ ହେବା ପୂର୍ବରୁ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ କୋରୋନା ମାଡରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର କମିବ ଏବଂ ଏହା ମାଇନସ ୪ ଦଶମିକ ୯୨ ହେବ ବୋଲି ଆକଳନ କରାଯାଇଛି ।

୨୦୧୨-୧୩ରୁ ୨୦୧୯-୨୦ ମଧ୍ୟରେ ଓଡିଶାର ଅର୍ଥନୀତି ହାରାହାରି ବାର୍ଷିକ ୭ ଦଶମିକ ୧ ପ୍ରତଶତ ହାରରେ ବୃଦ୍ଧି ପାଇଥିବା ବେଳେ ଜାତୀୟ ହାର ଥିଲା ୬ ଦଶିମିକ ୬ ପ୍ରତିଶତ । ତେବେ କୋରୋନା ପ୍ରଭାବରେ ୨୦୨୦-୨୧ରେ ଦେଶର ଅଭିବୃଦ୍ଧି ହାର ମାଇନସ ୭ ଦଶମିକ ୭ ପ୍ରତିଶତ ରହିବା ଆକଳନ କରାଯାଇଥିବା ବେଳେ ଓଡିଶା ଅର୍ଥନୀତିର ଅଭିବୃଦ୍ଧି ହାର ମାଇନଓ ୪ ଦଶମିକ ୯୨ ରହିବ । ତେବେ, ଆଶ୍ୱାସନାର ବିଷୟ ହେଲା ଯେ, ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଭଲ ସ୍ଥିତିରେ ରହିବ ।

ଆସନ୍ତା ୨୨ ତାରିଖରେ ବିଧାନସଭାରେ ରାଜ୍ୟ ବଜେଟ ଆଗତ ହେବ ।

Comments are closed.