ବିଧାନସଭା ବଜେଟ ଅଧିବେଶନ ନେଇ କୋରୋନା ଗାଇଡଲାଇନ ଜାରି

ଭୁବନେଶ୍ୱର- ବିଧାନସଭାର ଆସନ୍ତା ବଜେଟ ଅଧିବେଶନ ପାଇଁ ଜାରି ହୋଇଛି ଗାଇଡଲାଇନ । ସବୁ ବିଧାୟକଙ୍କ କୋରୋନା ପରୀକ୍ଷା କରାଯିବ । ବିଧାୟକଙ୍କ ସହ ସେମାନଙ୍କ ପିଏସଓ ଓ ଡ୍ରାଇଭରଙ୍କ ବି କୋରୋନା ପରୀକ୍ଷା ହେବ । ଏହିମାସ ୧୫, ୧୬ ଓ ୧୭ ତାରିଖରେ ହେବ କୋରୋନା ପରୀକ୍ଷା । ଅଧିବେଶନ ପରେ ମଧ୍ୟ ବିଧାୟକମାନଙ୍କର କୋରୋନା ଟେଷ୍ଟ କରାଯିବ । ଅଧିବେଶନ ଚାଲିଥିବା ବେଳେ ଅସୁସ୍ଥତା ଅନୁଭବ କଲେ ବି ବିଧାୟକମାନେ ଆଂଟିଜେନ୍ ଟେଷ୍ଟ କରିପାରିବେ । ଅଧିବେଶନ ପୂର୍ବରୁ ସମସ୍ତଙ୍କୁ ମାସ୍କ, ଗ୍ଲୋଭସ ଓ ସାନିଟାଇଜର ଦିଆଯିବ । ବିଧାନସଭା ସଚିବାଳୟ କର୍ମଚାରୀଙ୍କର ବି କୋରୋନା ଟେଷ୍ଟ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ବି କୋରୋନା ଟେଷ୍ଟ ହେବ । ଏହାଛଡା ବିରୋଧୀ ଦଳ ନେତା ଓ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କର ବି ହେବ କୋରୋନା ଟେଷ୍ଟ ।

Comments are closed.