ବିଶ୍ୱକପ୍ ସୁଟିଂ ଦଳରେ ସ୍ଥାନ ପାଇଥିବାରୁ ଶ୍ରୀୟଙ୍କା ଷଡଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଓଡିଶା କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟର ପ୍ରତିଭାବାନ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଆସନ୍ତା ଆଇଏସଏସଏଫ ସୁଟିଂ ବିଶ୍ୱକପ୍ ପାଇଁ ଭାରତୀୟ ମହିଳା ରାଇଫଲ ଟିମ୍‌ରେ ସ୍ଥାନ ପାଇଛନ୍ତି । ଶ୍ରୀୟଙ୍କା ବିଶ୍ୱକପ୍ ସୁଟିଂ ଦଳରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି । ଆସନ୍ତାମାସ ୧୮ ତାରିଖରୁ ୨୯ ତାରିଖ ଯାଏଁ ନୂଆଦିଲ୍ଲୀରେ ଆୟୋଜିତ ହେବ ଆଇଏସଏସଏଫ ସୁଟିଂ ବିଶ୍ୱକପ୍ ।

Comments are closed.