ବିଶ୍ୱ ଥାଲାସେମିଆ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର-ଆଜି ବିଶ୍ୱ ଥାଲାସେମିଆ ଦିବସ ଉପଲକ୍ଷେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ-୧୯ ଯୋଗୁଁ ସାରାବିଶ୍ୱରେ ରକ୍ତଭଣ୍ଡାରଗୁଡିକ ପ୍ରତି ଆହ୍ୱାନ ସୃଷ୍ଟି ହୋଇଛି । ଲକଡାଉନ ନିୟମ ଓ ସାମାଜିକ ଦୂରତା ରକ୍ଷାପୂର୍ବକ ବିଶ୍ୱ ଥାଲାସେମିଆ ଦିବସରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରକ୍ତଦାନ ଥାଲାସେମିଆ ଭଳି ରକ୍ତହୀନତା ଜନିତ ରୋଗରେ ପୀଡିତ ଲୋକଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ ବୋଲି ନବୀନ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Comments are closed.