ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କୋଲକାତା – ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗାଙ୍ଗୁଲିଙ୍କୁ କୋଲକାତାର ଉଡଲାଣ୍ଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଗାଙ୍ଗୁଲି ସକାଳେ ଜିମ୍ ଯାଇଥିଲେ। ସେଠାରେ ସେ ହଠାତ୍ ମୁଣ୍ଡ ବୁଲେଇ ପଡ଼ି ଯାଇଥିଲେ | ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କେତେକ ରିପୋର୍ଟରେ କୁହାଯାଇଛି ଯେ ଗାଙ୍ଗୁଲିଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇପାରେ ।

Comments are closed.