ବୌଦ୍ଧ ଚାରିଛକ ନିକଟରେ ହାଇୱାକୁ ପିଟିଲା ଯାତ୍ରୀବାହୀ ବସ୍‌, ୪ ଆହତ

ବୌଦ୍ଧ – ବୌଦ୍ଧ ଚାରିଛକ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରେ ଏକ ଯାତ୍ରୀବାହୀ ବସ୍ ଚାରିଛକ ନିକଟରେ ଏକ ହାଇୱାକୁ ପଛପଟୁ ଧକକା ଦେଇଥିଲା । ବସ୍‌ଟି ମାଲକାନଗିରିରୁ ଭୁବନେଶ୍ୱର ଯାଉଥିଲା । ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶନ ବାହିନୀ ପହଂଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Comments are closed.