ବ୍ରାଜିଲକୁ କରୋନା ଟିକା ପଠାଇଲା ଭାରତ, ହନୁମାନଙ୍କ ଫଟୋ ସହ ଟ୍ୱିଟ କରି ଧନ୍ୟବାଦ ଜଣାଇଲେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ – କରୋନା ବିରୋଧୀ ଲଢ଼େଇରେ ସହଯୋଗର ହାତ ବଢ଼ାଇ ଭାରତ ଅନେକ ଦେଶକୁ ଟିକା ପଠାଇବା ଆରମ୍ଭ କରିଛି । ଏହିକ୍ରମରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଦେଶ ବ୍ରାଜିଲକୁ କୋଭିଡ୍ ଟିକାର ୨୦ ଲକ୍ଷ ଡୋଜ୍ ପଠାଇଛି । ଏହା ଏବେ ବ୍ରାଜିଲରେ ପହଞ୍ଚି ଛି । ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ଭାରତ ଠାରୁ କୋଭିଡ୍ ଟିକା ପାଇବା ପରେ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବୋଲସୋନାରୋ ସଞ୍ଜୀବନୀ ନେଇ ଯାଉଥିବା ଭଗବାନ ହନୁମାନଙ୍କ ଏକ ଫଟୋ ସହ ଟ୍ୱିଟ୍ କରିି ଭାରତକୁ ହିନ୍ଦୀରେ ଧନ୍ୟବାଦ ଜଣାଇଛନ୍ତି ।

ଏଥିସହ ସାମ୍ପ୍ରତିକ ସ୍ୱାସ୍ଥ୍ୟ ସଙ୍କଟରେ ସହଯୋଗତ ହାତ ବଢ଼ାଇ ଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ବି ଜଣାଇଛନ୍ତି ।

କେବଳ ବ୍ରାଜିଲ ନୁହେଁ ଭାରତ ତାର ଅନ୍ୟ ମିତ୍ର ରାଷ୍ଟ୍ରଙ୍କୁ ବି କରୋନା ଟିକା ପଠାଇ ନିଜ ବଦାନ୍ୟତାର ପରିଚୟ ଦେଇଛି । ଭୁଟାନ, ମାଳଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର ଓ ସିସିଲ୍ସକୁ ବି ଭାରତ କୋଭିଡ୍ ଟିକା ପଠାଇଛି । ଭାରତରେ ଉତ୍ପାଦନ ହେଉଥିବା କୋଭିଡ୍ ଟିକା ନେବାକୁ ପାଇଁ ଆହୁରି ଅନେକ ଦେଶ ଇଚ୍ଛା ପ୍ରକାଶ କରିଛନ୍ତି ।

Comments are closed.