ବ୍ରିଟେନରେ ଜାନୁୟାରୀ ୮ ପର୍ଯ୍ୟନ୍ତ ସବୁ କନସୁଲାର ସେବା ବନ୍ଦ କଲା ଭାରତୀୟ ଦୂତାବାସ

ଲଣ୍ଡନ – ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଠାବ ହେବା ଦିନଠାରୁ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ନୂଆ ଷ୍ଟ୍ରେନର ପ୍ରକୋପ ଏବଂ ବ୍ରିଟେନରେ କରୋନୋ କଟକଣା ମଧ୍ୟରେ ଭାରତୀୟ ଦୂତାବାସ ସମସ୍ତ କନସୁଲାର ସେବା (ଦୂତାବାସ ସେବା) କୁ ୮ ଜାନୁୟାରୀ, ୨୦୨୧ ପର୍ଯ୍ୟନ୍ତ ବନ୍ଦ ରଖିଛି। ବ୍ରିଟେନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ।

ଭାରତର ଦୂତାବାସ ଟ୍ୱିଟରେ ଲେଖିଛନ୍ତି ଯେ ବ୍ରିଟେନ ସରକାରଙ୍କ ଦ୍ୱାରା ବର୍ଦ୍ଧିତ କୋଭିଡ-୧୯ ପ୍ରତିବନ୍ଧକ ଯୋଗୁଁ ସମସ୍ତ କନସୁଲାର ସେବା (ପାସପୋର୍ଟ, ପାସପୋର୍ଟ ସରେଣ୍ଡର, ଭିସା, ଓସିଆଇ ଯାଞ୍ଚ ଇତ୍ୟାଦି) ଜାନୁୟାରୀ ୦୮, ୨୦୨୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

କ୍ରମାଗତ କରୋନା ସଙ୍କଟ ମଧ୍ୟରେ, ବ୍ରିଟେନରେ ମିଳିଥିବା ପ୍ରଥମ ନୂତନ ଷ୍ଟ୍ରେନ୍ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ବୋଲି ଜଣାଯାଇଛି । ଏହି ପ୍ରକାର ଷ୍ଟ୍ରେନ୍ ଭାରତ ସମେତ ବିଶ୍ବରେ ଅନେକ ଦେଶରେ ଚିହ୍ନଟ ହୋଇସାରିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ବ୍ରିଟେନରେ ଏଯାବତ୍ ୨,୪୪୦,୨୦୨ କୋଭିଡ -୧୯ ମାମଲା ରେକର୍ଡ କରାଯାଇଥିବା ବେଳେ ୭୨,୬୫୭ ଜଣଙ୍କ ମୃତ୍ୟୁ ଘଟିଛି।

Comments are closed.