ବ୍ରିଟେନ-ଭାରତ ବିମାନ ସେବା ପୁଣି ଆରମ୍ଭ

ନୂଆଦିଲ୍ଲୀ – ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌ ଆତଙ୍କ ମଧ୍ୟରେ ବ୍ରିଟେନରୁ ଭାରତକୁ ବିମାନ ସେବା ପୁଣି ଆରମ୍ଭ ହୋଇଛି । ବ୍ରିଟେନରୁ ୨୫୬ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ଏକ ବିମାନ ଆଉ କିଛି ସମୟ ମଧ୍ୟରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ । ନୂଆ ତଥା ଅଧିକ ସଂକ୍ରାମକ ଷ୍ଟ୍ରେନ୍ ବିପଦକୁ ଦୃଷ୍ଟିରେ ରଖି ଭାରତ ୨୩ ଡ଼ିସେମ୍ବରରୁ ବ୍ରିଟେନକୁ ବିମାନ ସେବା ବନ୍ଦ କରିଥିଲା । ଯାହା ଆଜିଠାରୁ ପୁଣି ଆରମ୍ଭ ହୋଇଛି ।

ଏହାପୂର୍ବରୁ ୬ ଜାନୁଆରୀରେ ଭାରତରୁ ବ୍ରିଟେନକୁ କିଛି ବିମାନ ଚଳାଚଳ ଆରମ୍ଭ ହୋଇଥିଲା। କୋଭିଡ -୧୯ ଷ୍ଟ୍ରେନର ସଂକ୍ରମଣ ରୋକିବା ପାଇଁ ଗତ ମାସରେ ଦୁଇ ଦେଶ ମଧ୍ୟରେ ବିମାନ ସେବା ସ୍ଥଗିତ ରଖାଯାଇଥିଲା। ଭାରତରେ ଏଯାବତ ନୂଆ ଷ୍ଟ୍ରେନ୍ ର ୭୩ ମାମଲା ଚିହ୍ନଟ ହୋଇଛି ।

Comments are closed.