ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଜାନୁଆରୀ ୧୦କୁ ବୃଦ୍ଧି

ନୂଆଦିଲ୍ଲୀ – କରଦାତାଙ୍କୁ ମିଳିଲା ଆଶ୍ୱସ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ ଆୟକର ରିଟର୍ଣ୍ଣ -ଆଇଟିଆର ଦାଖଲ କରିବାର ସମୟସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବ ସମୟସୀମା ଥିଲା ଡିସେମ୍ବର ୩୧ । ଏବେ ଏହା ଜାନୁଆରୀ ୧୦ ତାରିଖ ଯାଏଁ ଏହା ବୃଦ୍ଧି କରାଯାଇଛି । ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମେ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଥିଲା ୨୦୨୦ ମସିହା ଜୁଲାଇ ୩୧ । କିନ୍ତୁ ପରେ ନଭେମ୍ବର ୩୦ ଓ ପୁଣି ଡିସେମ୍ବର ୩୧ ଯାଏଁ ବୃଦ୍ଧି କରାଯାଇଥିଲା ସମୟସୀମା । କିନ୍ତୁ କୋରୋନା ସ୍ଥିତି ପାଇଁ ସରକାର ପୁଣି ଆୟକର ରିଟର୍ଣ୍ଣ ଫାଇଲ ଦାଖଲ କରିବା ସମୟସୀମା ଜାନୁଆରୀ ୧୦କୁ ବଢାଇଛନ୍ତି ।

Comments are closed.