ଭାରତରୁ ଆସୁଥିବା ସବୁ ଯାତ୍ରୀବାହୀ ବିମାନ ଉପରେ ୩୦ ଦିନ ଯାଏଁ କଟକଣା ଲଗାଇଲା କାନାଡ଼ା

ଅଟାଓ୍ବା: କୋଭିଡ-୧୯କୁ ଦୃଷ୍ଟିରେ ରଖି କାନାଡା ଭାରତ ଏବଂ ପାକିସ୍ଥାନରୁ ସମସ୍ତ ଯାତ୍ରୀବାହୀ ବିମାନ ଉପରେ ୩୦ ଦିନ ପର୍ଯ୍ୟନ୍ତ କଟକଣା ଲଗାଇଛି। ଏହା ଘୋଷଣା କରି ପରିବହନ ମନ୍ତ୍ରୀ ଓମାର ଅଲଗାବ୍ରା କହିଛନ୍ତି ଯେ ଏହି ଦେଶରୁ ଆସୁଥିବା ଯାତ୍ରୀଙ୍କ ମଧ୍ୟରେ କୋଭିଡ -୧୯ର ଅଧିକ ମାମଲା ଦେଖିବାକୁ ମିଳୁଛି।

ଓମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତ ଏବଂ ପାକିସ୍ଥାନରୁ କାନାଡାକୁ ଆସୁଥିବା ବିମାନ ଯାତ୍ରୀଙ୍କ ମଧ୍ୟରେ କୋଭିଡ -୧୯ ର ବହୁ ସଂଖ୍ୟକ ମାମଲାକୁ ଦୃଷ୍ଟିରେ ରଖି ଭାରତ ଏବଂ ପାକିସ୍ଥାନରୁ କାନାଡାକୁ ସମସ୍ତ ବାଣିଜ୍ୟିକ ଏବଂ ଯାତ୍ରୀବାହୀ ବିମାନକୁ ୩୦ ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ରାତି ୧୧:୩୦ ରୁ ଏହି କଟକଣା ଲାଗୁ ହେବ।

ଟୀକା, ପିପିଏ କିଟ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବା ନିଶ୍ଚିତ କରିବା ପାଇଁ କାର୍ଗୋ ବିମାନରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ ବୋଲି ଓମାର କହିଛନ୍ତି।

ପୂର୍ବରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭଳି ଦେଶ ମଧ୍ୟ ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲଗାଇ ସାରିଛନ୍ତି ।

Comments are closed.